ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି କାମ- ରହିବେ ସୁସ୍ଥ, ବଢ଼ିବ ପ୍ରଜନନ ସାମର୍ଥ୍ୟ

putting oil in navel gives many benefits in odia
Image Source: LifeBerrys

ସୁସ୍ଥ ରହିବାକୁ କିଏ ବା ନଚାହେଁ । କିନ୍ତୁ ବର୍ତ୍ତମାନ ସମୟରେ ଲୋକମାନେ ସୁସ୍ଥ ରହିବାକୁ ଚାହୁଁଛନ୍ତି ନିଶ୍ଚୟ କିନ୍ତୁ ସୁସ୍ଥ ରହିବା ପାଇଁ ନିଜ ପ୍ରତି ଧ୍ୟାନ ଦେଇପାରୁନାହାଁନ୍ତି । ଏବେ ଲୋକଙ୍କ ପାଖରେ ସମୟ ନାହିଁ । ନିଜ ଶରୀର ପ୍ରତି ଯେପରି ଯତ୍ନବାନ ହେବା ଆବଶ୍ୟକ, ସେତିକି ସଚେତନତା ମଧ୍ୟ ନାହିଁ । ନିୟମିତ ଯୋଗ, ପ୍ରାଣାୟାମ, ବ୍ୟାୟାମ ତ ଦୂରର କଥା ସକାଳେ କିଛି ସମୟ ପାଇଁ ଚଲାବୁଲା ପାଇଁ ମଧ୍ୟ ସମୟ ନାହଁ । 

ଯଦିଓ ଲୋକମାନେ ସମୟ ନାହିଁ କହି ନିଜକୁ ହିଁ ଠକିଦେଇଥାନ୍ତି । ଅନେକ ବସ୍ତୁବାଦୀ ସୁଖ ପଛରେ ଘଣ୍ଟା ଘଣ୍ଟା ସମୟ ବିତାଉଥିବା ମଣିଷ କିନ୍ତୁ ନିଜସୁ ସୁସ୍ଥ ରଖିବାକୁ ସାମାନ୍ୟ ବି କଷ୍ଟ ସ୍ୱୀକାର କରିବାକୁ ଚାହୁଁନାହିଁ । ଆଳସ୍ୟ କାରଣରୁ ଅସମୟରେ ଗ୍ରାସ କରୁଛି ବାର୍ଦ୍ଧକ୍ୟ ।

ଆୟୁର୍ବେଦ ଅନୁସାରେ ଶରୀରରୁ ସୁସ୍ଥ ରଖିବା ପାଇଁ ସଠିକ ଆହାର ଓ ଯୋଗ ନିତ୍ୟାନ୍ତ ଆବଶ୍ୟକ । କୌଣସି ଶାରୀରିକ ପରିଶ୍ରମ ନକରିବା ଫଳର ଶରୀର ସୁସ୍ଥ ରହିବା ପରିବର୍ତ୍ତେ ଅଧିକ ଦୁର୍ବଳ ହୋଇଯାଇଥାଏ । ଆୟୁର୍ବେଦରେ ଏପରି ଅନେକ ଉପାୟ କୁହାଯାଇଛି, ଯାହା ଅଧିକ ପରିଶ୍ରମ କରୁଥିବା, ଅଳ୍ପ ପରିଶ୍ରମ କରୁଥିବା ଓ ବିଲକୁଲ ପରିଶ୍ରମ କରୁନଥିବା ବ୍ୟକ୍ତିଙ୍କୁ ସୁସ୍ଥ ଓ ନିରୋଗ ରଖିବାରେ ସାହାଯ୍ୟ କରିଥାଏ ।

ନିୟମିତ ରାତିରେ ଶୋଇବା ପୂର୍ବରୁ ନାଭିରେ ତେଲ ଲଗାଇବା ଏହିପରି ଏକ ଉପାୟ । ଯାହା ଅନେକ ସମସ୍ୟାର ସମାଧାନ କରିଥାଏ । ଏହି ସାଧାରଣ କାର୍ଯ୍ୟ ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ସୁପ୍ରଭାବ ପକାଇଥାଏ । କାରଣ ନାଭି ହେଉଛି ସେହି ସ୍ଥାନ, ଯେଉଁଠି ସମ୍ପୂର୍ଣ୍ଣ ଶରୀରରେ ରହିଥିବା ୭୨ ହଜାର ନାଡ଼ିର ସଂଯୋଗ ଘଟିଥାଏ । ଏହାର ପ୍ରଭାବ ସମ୍ପୂର୍ଣ୍ଣ ଶରୀରରେ ପରିଲକ୍ଷିତ ହୋଇଥାଏ । ମାତ୍ର କିଛି ଦିନର ନିୟମିତ ବ୍ୟବହାର ପରେ ଚର୍ମ ରଙ୍ଗ ସ୍ୱଚ୍ଛ ହେବା ସହ ପୁରୁଷଙ୍କ ପ୍ରଜନନ କ୍ଷମତା ବୃଦ୍ଧି ପାଇଥାଏ ।

ରାତିରେ ଶୋଇବା ପୂର୍ବରୁ ନାଭିରେ ତେଲ ଲଗାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ନାଭିରେ ସୋରିଷ ତେଲ, ନଡ଼ିଆ ତେଲ, ଅଲିଭ୍ ତେଲ, ବାଦାମ ତେଲ, ନିମ୍ ତେଲ କିମ୍ବା ରାଶି ତେଲ ମଧ୍ୟ ଲଗାଇ ପାରିବେ ।

ଏବେ ଜାଣିନିଅନ୍ତୁ ନାଭିରେ ତେଲ ଲଗାଇବାର ଲାଭ


୧. ତେଲ ଲଗାଇବା ଯୋଗୁ ନାଭି ସ୍ୱଚ୍ଛ ରହିଥାଏ, ବିଭିନ୍ନ ବ୍ୟାକ୍ଟେରିଆ ସଂକ୍ରମଣରୁ ରକ୍ଷା ମିଳେ ।

୨. ପେଟ ଯନ୍ତ୍ରଣା, ପାଚନ ସମସ୍ୟା, ଡାଇରିଆ ସମସ୍ୟା ଦୂର ହୋଇଥାଏ ।

୩. ନାଭିରେ ତେଲ ଲଗାଇବା ଦ୍ୱାରା ଚର୍ମର ରଙ୍ଗରେ ସତେଜତା ଆସିଥାଏ ।

୪. ମହିଳାଙ୍କ ଋତୁସ୍ରାବ ଜନିତ ଯନ୍ତ୍ରଣା ହ୍ରାସ ପାଇଥାଏ ।

୫. ମହିଳାଙ୍କ ହରମୋନ୍ ସନ୍ତୁଳିତ ରହିଥାଏ, ଗର୍ଭଧାରଣ କ୍ଷମତା ବୃଦ୍ଧି ।

୬. ମୁହଁରେ ବ୍ରଣ ସମସ୍ୟା ଦୂର ହୋଇଥାଏ ।

୭. ନାଭିରେ ତେଲ ଲଗାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ ।

୮. ନାଭିରେ ତେଲ ଲଗାଇବା ଦ୍ୱାରା କେଶ ବୃଦ୍ଧି ହୋଇଥାଏ ।